ଭିକାରୀ ସ୍ୱାମୀଠୁ ୧୦ ହଜାର ଭରଣପୋଷଣ ମାଗିଲା ସ୍ତ୍ରୀ

ଜଣେ ମୁସ୍ଲିମ ଭିକାରୀଙ୍କ ଠାରୁ ୨ୟ ପତ୍ନୀ ଭରଣପୋଷଣ ଦାବି କରିଛନ୍ତି । ସେ ପ୍ରତ୍ୟକ ମାସରେ ୧୦ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି । କିନ୍ତୁ ସ୍ୱାମୀ ଏଥିରେ ରାଜି ନହେବାରୁ କୋର୍ଟ ତାଙ୍କୁ ଭର୍ସନା କରିଥିଲେ ।
ସୂଚନାଯୋଗ୍ୟ, ମାମଲା ପେରିଂଥଲମନ୍ନାର । ୩୯ ବର୍ଷୀୟା ମହିଳା ନିଜର ଦୃଷ୍ଟିହୀନ ସ୍ୱାମୀଙ୍କ ବିରୋଧରେ କୋର୍ଟ ପହଞ୍ଚିଥିଲେ । ପତ୍ନୀ ନିଜ ଆବେଦନରେ ଦାବି କରିଥିଲେ ଯେ, ତାଙ୍କର ୪୬ ବର୍ଷୀୟ ଦୃଷ୍ଟିହୀନ ସ୍ୱାମୀ ଭିକ୍ଷାବୃତ୍ତି କରନ୍ତି ଓ ଅନେକ ଅନ୍ୟ ମାଧ୍ୟମରୁ ୨୫ ହଜାର ଟଙ୍କା ଆୟ କରୁଛନ୍ତି । ସେଥିପାଇଁ ତାଙ୍କୁ ମାସିକ ୧୦ ହଜାର ଟଙ୍କା ଭରଣପୋଷଣ ଭତ୍ତା ମିଳୁ । ତାଙ୍କ ସ୍ୱାମୀ ଏବେ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି । ଖୁବ୍ଶୀଘ୍ର ସେ ୩ୟ ବିବାହ କରିବେ ବୋଲି ଧମକ ଦେଉଥିବା ମହିଳା ଜଣକ କୋର୍ଟକୁ ଜଣାଇଛନ୍ତି ।
ଜଷ୍ଟିସ୍ କୁହ୍ନୀକୃଷ୍ଣନ ମାମଲାର ଶୁଣାଣି କରି କହିଛନ୍ତି, ମୁସ୍ଲିମ ସମୁଦାୟରେ ବହୁବିବାହର ଶିକାର ନିରାଶ୍ରୟ ପତ୍ନୀଙ୍କ ରକ୍ଷା କରିବା ରାଜ୍ୟର କର୍ତ୍ତବ୍ୟ । ଗଣତାନ୍ତ୍ରିକ ଦେଶରେ ସରକାରଙ୍କର ଏହା ଦାୟିତ୍ୱ ଯେ ଦେଶର ନାଗରିକ ଭିକ୍ଷାବୃତ୍ତି ନ କରନ୍ତୁ । କୋର୍ଟ ମଧ୍ୟ କୌଣସି ମୁସ୍ଲିମ ବ୍ୟକ୍ତିଙ୍କ ପ୍ରଥମ, ୨ୟ କିମ୍ବା ୩ୟ ବିବାହକୁ ସହଜରେ ମାନ୍ୟତା ଦେଇପାରିବେ ନାହିଁ । କୁରାନର ଆୟତର ଭାବନା ଓ ଉଦ୍ଦେଶ୍ୟ ଏକ ବିବାହ, ବହୁବିବାହ କେବଳ ଏକ ଅପବାଦ ଅଟେ ବୋଲି କହିଛନ୍ତି ।
Powered by Froala Editor