କେବଳ ଚକ୍ଲେଟ୍ ପାଇଁ ଲଣ୍ଡନରୁ ଆସିଲେ ରୋମାନିଆ
ମିଠା ପ୍ରେମ ଏମିତି ଯେ, ବ୍ରିଟେନର ଜଣେ ମହିଳା ଲଣ୍ଡନରୁ ରୋମାନିଆ ଚାଲି ଆସିଥିଲେ । ନିଜର ପ୍ରିୟ ଚକ୍ଲେଟ୍ କିଣିବା ଲାଗି ସେ ୨୪ ଘଣ୍ଟାର ୨୪୦୦ ମାଇଲ ବିମାନ ଯାତ୍ରା କରିଥିଲେ । ନ୍ୟୁୟର୍କ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ୩୫ ବର୍ଷୀୟା କେଟ୍ ଟାକାକ୍ସ ଚକ୍ଲେଟ୍ ଓ ମିଠା ପାଇଁ କରିଥିବା ବିମାନ ଯାତ୍ରାର ମଜାଦାର କାହାଣୀ ଶେୟାର କରିଛନ୍ତି । ବିମାନ ଓ ପୂରା ଯାତ୍ରାର ମୋଟ୍ ଖର୍ଚ୍ଚ ୧୩ ହଜାର ଟଙ୍କା ଥିଲା ।
ଏକ ଚକ୍ଲେଟ୍ ଡବା ପାଇଁ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିବା ଅନେକଙ୍କୁ ଚକିତ କରିଛି । କିନ୍ତୁ ଟାକାକ୍ସଙ୍କ କହିବା ଅନୁସାରେ, ଫେରେରୋ ରୋଶର ପକେଟ୍ କଫି ଚକ୍ଲେଟ୍ ବ୍ରିଟେନରେ ମିଳେନାହିଁ । ଏହାକୁ ଖାଇନଥିବା ଲୋକେ ନିଶ୍ଚୟ ଖାଆନ୍ତୁ, ତା’ପରେ ତାଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ଟାକାକ୍ସ କହିଛନ୍ତି ।
ସେ କହିଛନ୍ତି, ଗତ ୧୫ ତାରିଖରେ ସେ ଲଣ୍ଡନରୁ ରୋମାନିଆର କ୍ଲୁଜ୍-ନେପୋକାକୁ ସ୍ୱତନ୍ତ୍ର ବିମାନ ଯାତ୍ରା କରିଥିଲେ । ତାଙ୍କର ଏହି ବିମାନ ଯାତ୍ରା ଫେରେରୋ ରୋଶର ପକେଟ୍ କଫି ଚକ୍ଲେଟ୍ କିଣିବା ପାଇଁ ଥିଲା । ଏଥିରେ ମିଠା ଏସ୍ପ୍ରେସୋର ଏକ ଶଟ୍ ମଧ୍ୟ ଥିଲା । ସେଦିନ ସେ କାମ ପରେ ରାତି ପ୍ରାୟ ୧୦ଟାରେ ଲଣ୍ଡନରୁ ବାହାରିଲେ । ପରଦିନ ସ୍ଥାନୀୟ ସମୟ ଅନୁସାରେ ଭୋର ୩.୧୫ରେ ରୋମାନିଆରେ ପହଞ୍ଚିଲେ । ସେଠାରେ ନିଜର ପ୍ରିୟ ମିଠା ଓ ଚକ୍ଲେଟ୍ କିଣିଲେ । ଏକ ଫ୍ରିଜ୍ ମ୍ୟାଗ୍ନେଟ୍ ମଧ୍ୟ କିଣିଲେ । ତା’ପରେ ରାତି ୧୦ଟାରେ ବିମାନରେ ଲଣ୍ଡନ ଫେରିଆସିଲେ ।
Powered by Froala Editor