ସ୍କୁବା ଡାଇଭିଂ ବେଳେ ଆସାମୀ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ
ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁର୍ଘଟଣାରେ ୫୨ ବର୍ଷ ବୟସରେ ପ୍ରଖ୍ୟାତ ଆସାମୀ ଗାୟକ ତଥା ସାଂସ୍କୃତିକ ପ୍ରତିଷ୍ଠିତ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଘଟିଛି। ସିଙ୍ଗାପୁର ପୋଲିସ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଜୁବିନ ଉତ୍ତର-ପୂର୍ବ ମହୋତ୍ସବରେ ଯୋଗଦେବା ପାଇଁ ସିଙ୍ଗାପୁରରେ ଥିଲେ। ଯେଉଁଠାରେ ତାଙ୍କର ସେପ୍ଟେମ୍ବର ୨୦ ତାରିଖରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏପରି ଭାବେ ତାଙ୍କର ଆକସ୍ମିକ ମୃତ୍ୟୁ ପ୍ରଶଂସକ ଏବଂ ସମଗ୍ର ଆସାମୀୟ ସମ୍ପ୍ରଦାୟକୁ ମର୍ମାହତ କରିଛି।
ତାଙ୍କ ମୃତ୍ୟୁ ପରେ ଲୋକମାନେ ଜଣେ ପ୍ରିୟ କଳାକାରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜନେତା ରିପୁନ ବୋରା ଜୁବୀନ ଗର୍ଗଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆମର ସାଂସ୍କୃତିକ ପ୍ରତୀକ ଜୁବୀନ ଗର୍ଗଙ୍କ ଅକାଳ ବିୟୋଗ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖଦାୟକ।’ ଜୁବିନ ବଲିଉଡରେ ‘ୟା ଅଲି’ ଏବଂ ‘ଦିଲ ତୁ ହି ବତା’ ସମେତ ଅନେକ ସୁପରହିଟ ଗୀତ ମଧ୍ୟ ଦେଇଛନ୍ତି।
Powered by Froala Editor