ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ, ଦୁଇ ଜବାନ ସହିଦ

ଇମ୍ପାଲ୍: ମଣିପୁରରେ ଆସାମ ରାଇଫଲ୍ର ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଦୁଇଜଣ ଜବାନ୍ ସହିଦ୍ ହୋଇଛନ୍ତି । ପ୍ରାୟ ସନ୍ଧ୍ୟା ୫.୫୦ ସମୟରେ ଏହି ଘଟଣା ଘଟିଥିଲା ।
ଆସାମ୍ ରାଇଫଲ୍ର ଜବାନମାନେ ବିଷ୍ଣୁପର ଜିଲ୍ଲାରେ ଗସ୍ତ କରୁଥିବା ବେଳେ ଏହି ଘଟଣା ଘଟିଥିବା ମଣିପୁର ପୁଲିସ ପକ୍ଷରୁ କୁହାଯାଇଛି। ଆହତମାନଙ୍କୁ ସ୍ଥାନୀୟ ବିଷ୍ଣୁପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
Powered by Froala Editor