ଶ୍ରୀମୟୀଙ୍କ ସପକ୍ଷରେ ବାହାରି ଏହା କହିଲେ ଦେବାଶିଷ ସାମନ୍ତରାୟ
ଭୁବନେଶ୍ବର: ଶୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ତଥା କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କ ସପକ୍ଷରେ ବାହାରିବା ସହ ଦେବାଶିଷ କହିଛନ୍ତି ଯେ ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି । ଦଳ ତାଙ୍କୁ ଟିକେଟ ଦେବାକୁ କହି ଟିକେଟ ଦେଲାନାହିଁ । ଦଳ ବିରୋଧରେ ମୁଁ ଖୋଲିଲେ ଆକ୍ସନ ନେବା ତାହା ଠିକ୍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହଁନ୍ତି । ପ୍ରଫୁଲ୍ଲ ମଲ୍ଲିକ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ସେ ବହୁତ କାମ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍ପେଣ୍ଡ କରିବା ଭୁଲ ନିଷ୍ପତ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ । ସମସ୍ତଙ୍କ କଥା ଦଳ ଶୁଣିବା କଥା । ମତେ ଦଳ ଯାହା କୁହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।
Powered by Froala Editor