ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ପୁଟିନଙ୍କୁ ଦାୟୀ କଲେ ଟ୍ରମ୍ପ
ଲଣ୍ଡନ: ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରୁଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରୁନାହିଁ। ସଂପ୍ରତି ବ୍ରିଟେନ ଗସ୍ତରେ ଯାଇଥିବାବେଳେ ଟ୍ରମ୍ପ ଏଥିପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ପୁଟିନ ଏହି ପ୍ରସଙ୍ଗରେ ତାଙ୍କୁ ଅପଦସ୍ତ କରିଥିବା ଟ୍ରମ୍ପ କହିଛନ୍ତି। ଗତମାସରେ ଆଲାସ୍କାରେ ଆୟୋଜିତ ଏକ ବୈଠକରେ ଉଭୟ ଟ୍ରମ୍ପ ଓ ପୁଟିନ ପରସ୍ପରକୁ ଭେଟିଥିବାବେଳେ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବାକୁ ଟ୍ରମ୍ପ କୁଆଡେ ପୁଟିନଙ୍କୁ ଅନୁରୋଧ କରିଥିଲେ।
ତେବେ ଆଲୋଚନା ପାଇଁ ପୁଟିନ ଯେଉଁ ସର୍ତ୍ତ ରଖିଥିଲେ ତାହା ୟୁକ୍ରେନ ପାଇଁ ଗ୍ରହଣୀୟ ହୋଇନଥିଲା। ଟ୍ରମ୍ପ ଆହୁରି କହିଛନ୍ତି କ୍ଷମତାକୁ ଆସିବାପରେ ସେ ଭାବିଥିଲେ ଯେ ଏହି ଯୁଦ୍ଧ ବନ୍ଦ କରିବା ତାଙ୍କ ପାଇଁ ସହଜ ହେବ। ତେବେ ବାସ୍ତବ ସ୍ଥିତି ଭିନ୍ନ ମୋଡ ନେଉଥିବା ସେ କହିଛନ୍ତି।
Powered by Froala Editor