ଆମେରିକା ପୁଲିସ ଗୁଳିରେ ଭାରତୀୟ ଇଞ୍ଜିନିୟର ମୃତ
ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସେପ୍ଟେମ୍ବର ୩ତାରିଖରେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ କହିଛି ଯେ ମହମ୍ମଦ ନିଜାମୁଦ୍ଦିନ ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ ତାଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗୁଳି କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମୃତକ ମହମ୍ମଦ ନିଜାମୁଦ୍ଦିନଙ୍କ ଘର ତେଲେଙ୍ଗାନାର ମହବୁବନଗର ଜିଲାରେ । ତାଙ୍କ ବାପା ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ଉତ୍ତର ଏବଂ ନ୍ୟାୟ ଦାବି କରିଛନ୍ତି । ସେ ତାଙ୍କ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।
Powered by Froala Editor