ପିଶାଚୀ ସାଜିଲା ମାଆ, ନିଜ ଝିଅର କଲା ହତ୍ୟା
ନୂଆଦିଲ୍ଲୀ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି।ସୂଚନା ମୂତାବକ, ଉତ୍ତର ପ୍ରଦେଶର ବାସୀନ୍ଦା ଅଞ୍ଜଳୀ ନିଜ ପ୍ରଥମ ସ୍ଵାମୀଙ୍କଠାରୁ ଛାଡପତ୍ର ପାଇଥିଲା। ଏହି ଝିଅଟି ତାଙ୍କ ପ୍ରଥମ ସ୍ଵାମୀଙ୍କର ଥିଲା। ଛାଡପତ୍ର ପାଇବା ପରେ ମହିଳା ଜଣକ ଆଜମେରର ବାସିନ୍ଦା ଅଖିଳେଶଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହୁଥିଲା। ତେବେ ଅଖିଳେଶ ପ୍ରତିଦିନ ମହିଳାଙ୍କୁ ତାଙ୍କ ଝିଅକୁ ନେଇ ଗାଳି କରୁଥିଲା। ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଅଞ୍ଜଳି ସିଂ ତାଙ୍କ ଝିଅ କାବ୍ୟାକୁ ଆନା ସାଗର ହ୍ରଦକୁ ବୁଲିବାକୁ ନେଇଥିଲେ। ସେଠାରେ ସେ ନିଜ ଝିଅ ସହ କିଛି ସମୟ ବିତାଇଥିଲେ। ତା ପରେ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲେ।
Powered by Froala Editor