ଦିଶାଙ୍କ ଘରେ ଗୁଳିଚାଳନା ମାମଲା: ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ୧୨ ସେପ୍ଟେମ୍ବରରେ ହୋଇଥିବା ଗୁଳିଚାଳନା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଏନକାଉଣ୍ଟରରେ ନିହତ କରିଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି | ଅଭିଯୁକ୍ତଙ୍କ ନାମ ରବିନ୍ଦ୍ର ଏବଂ ଅରୁଣ ବୋଲି ଜଣାପଡିଛି । ତେବେ ୟୁପି ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ନୋଏଡା ୟୁନିଟ୍ ଏବଂ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ମିଳିତ ଅପରେସନ୍ ଫଳରେ ଗାଜିଆବାଦର ଟେକ୍ନୋ ସିଟିରେ ଏକ ଏନକାଉଣ୍ଟର ହୋଇଥିଲା।
ହରିୟାଣା ଏସଟିଏଫ ଏସପି ଓ୍ଵାସିମ ଅକ୍ରମଙ୍କ ସୂଚନାନୁସାରେ, ଗାଜିଆବାଦର ଟ୍ରୋନିକା ପୋଲିସ ଷ୍ଟେସନ ଅଞ୍ଚଳରେ ସନ୍ଧ୍ୟା ୭ଟା ପାଖାପାଖି ହରିୟାଣା ଓ ଦିଲ୍ଲୀ ପୋଲିସର ମିଳିତ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଭିଯୁକ୍ତମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ, କାର୍ଯ୍ୟାନୁଷ୍ଠାନରେ ଉଭୟ ଅଭିଯୁକ୍ତ ଗୁଳିବିଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।
ରବୀନ୍ଦ୍ର ବିରୁଦ୍ଧରେ ହରିୟାଣାରେ ୬ଟି ଅପରାଧିକ ମାମଲା ରହିଛି। ଅନ୍ୟ ଅଭିଯୁକ୍ତ ଅରୁଣ, ସୋନିପତର ବାସିନ୍ଦା, ତାଙ୍କ ଅପରାଧିକ ଇତିହାସର ତଦନ୍ତ ଚାଲିଛି। ଏକ ଦିଲ୍ଲୀ ପୋଲିସକର୍ମୀ ଏହି ଘଟଣାରେ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଅଟୋମେଟିକ ପିସ୍ତଲ ଜବତ ହୋଇଛି।
Powered by Froala Editor