ରୁଷରେ ଭୟଙ୍କର ଭୂକମ୍ପ, ସୁନାମି ପାଇଁ ସତର୍କ ସୂଚନା

ରୁଷରେ ଶନିବାର ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପ ରୁଷର ପୂର୍ବ ଅଞ୍ଚଳରେ କାମଚଟକାରେ ଅନୁଭୂତ ହୋଇଛି । ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଯଦି ସୁନାମି ଆସେ, ତେବେ ଏହା ବିନାଶ ଆଣିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପରି ପରିସ୍ଥିତିରେ କାମଚଟକା ଉପକୂଳ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ତଳେ ୧୦ କିଲୋମିଟର ଗଭୀରତାରେ ଥିଲା ବୋଲି ଜଣାଯାଇଛି।
ବୈଜ୍ଞାନିକଙ୍କ ଚେତାବନୀ ଅନୁଯାୟୀ, ଭୂକମ୍ପ କେନ୍ଦ୍ର ନିକଟରେ ୩୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ସମୁଦ୍ରରେ ବଡ ଧରଣର ଲହଡି ହେବାର ସମ୍ଭାବନା ରହିଛି ।
ଜୁଲାଇ ମାସରେ ରୁଷର କାମଚାଟକା ଦ୍ୱୀପରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୮.୮ ମାପ କରାଯାଇଥିଲା। ଏହି ଭୂମିକମ୍ପ ପ୍ରଶାନ୍ତ ମହାସାଗରରେ ସୁନାମି ସୃଷ୍ଟି କରିଥିଲା। ସମୁଦ୍ରରେ ୪ ମିଟର ଉଚ୍ଚ ଢେଉ ଉଠିଥିଲା। ସୁନାମି ରୁଷ ଏବଂ ଜାପାନରେ ବହୁତ ଧ୍ୱଂସ ଘଟାଇଥିଲା। ସେହି ସମୟରେ ସୁନାମିର ଚେତାବନୀ ଯୋଗୁଁ ପ୍ରାୟ ୧୦ଟି ଦେଶରେ ହାଇ ଆଲର୍ଟ ଜାରି କରାଯାଇଥିଲା।
Powered by Froala Editor