ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ଜାଲରେ ଧରାପଡିଲେ ଶ୍ରମ ଅଧିକାରୀ

ଭୁବନେଶ୍ବର: ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କଠାରୁ ଶ୍ରମିକ କାର୍ଡ କରିବା ପାଇଁ ଜିଲା ଶ୍ରମ ଅଧିକାରୀ ରାଉତ ଶୁକ୍ରବାର ଲାଞ୍ଚ ନେଉଥିଲେ। ସେତିକିବେଳେ ସେ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
Powered by Froala Editor