ବାଲିଯାତ୍ରା ନାଁ ବଦଳି ହେଲା ଐତିହାସିକ ବାଲିଯାତ୍ରା କଟକ ୨୦୨୫

ଭୁବନେଶ୍ବର: ଏଥର ବାଲିଯାତ୍ରା ନାଁ ବଦଳି ଐତିହାସିକ ବାଲିଯାତ୍ରା କଟକ ୨୦୨୫ କରାଯାଇଛି । ପୂର୍ବରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଚଳିତ ବର୍ଷର ବାଲିଯାତ୍ରା । ଏଥର ଉପର ବାଲିଯାତ୍ରା ପଡିଆରେ ହେବନି ବାଲିଯାତ୍ରା । କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ୩୪ଏକର ପରିବର୍ତ୍ତେ ୬୦ଏକର ଜାଗାରେ ହେବ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପୋର୍ଟାଲରେ ରହିବ ସମସ୍ତ ତଥ୍ୟ ।
Powered by Froala Editor