ବିନୋବା ଭାବେଙ୍କ ଜୟନ୍ତୀ ସମାରୋହ: ଭୂମିହୀନଙ୍କୁ ପଟ୍ଟା ଯୋଗାଇଦେବା ନେଇ ଏହା କହିଲେ ସୁରେଶ ପୂଜାରୀ
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା, ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ତମ ଜୟନ୍ତୀ ସମାରୋହ ଗୁରୁବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜୟନ୍ତୀ କମିଟିର ସଭାପତି ଜୟନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଭୂମି ଅଧିକାର ଓ ଭୂଦାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ୨୦୨୯ ବେଳକୁ ଓଡ଼ିଶାରେ କେହି ଭୂମିହୀନ ରହିବେ ନାହିଁ। ଏହା ସରକାରଙ୍କ ପାଇଁ ଆହ୍ୱାନ। ସରକାରୀ ଯୋଜନାରେ ଭୂମିହୀନଙ୍କୁ ଯେଉଁ ପଟ୍ଟା ଦିଆଯାଇଛି ସେସବୁକୁ ଚିହ୍ନଟ କରି ଜମି ଯୋଗାଇ ଦିଆଯିବ।
ବିଧାୟକ ଡ. ଅରୁଣ କୁମାର ସାହୁ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, କସ୍ତୁରବା ଗାନ୍ଧୀ ଟ୍ରଷ୍ଟର ଅଧ୍ୟକ୍ଷା ଦମୟନ୍ତୀ ଦେବୀ, ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ବକ୍ତବ୍ୟ ରଖିଥିଲେ। ୭ଜଣଙ୍କୁ ସର୍ବୋଦୟ ସେବା ସମ୍ମାନ- ୨୦୨୫ ଏବଂ ଗାୟିକା ଅନିନ୍ଦିତା ଦାସଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।
Powered by Froala Editor