ତିକ୍ତତା ସତ୍ତ୍ୱେ ଭାରତକୁ ଲଢ଼ୁଆ ବିମାନ ଇଞ୍ଜିନ୍ ପଠାଇଲା ଆମେରିକା

ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରି ବିଶ୍ବ ଆଗରେ ନୁଆଁଇବାକୁ ଚେଷ୍ଟା କରିଥିଲା ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ ଭାରତ, ଆମେରିକା ଆଗରେ ପାଟି ଚୁପ୍ କରି ଛିଡ଼ା ହେବ ବୋଲି ଭାବିଥିଲା ଆମେରିକା। ହେଲେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ଭାରତ, ରୁଷ୍ ଓ ଚୀନ୍ ଭଳି ଦେଶ ସହିତ ନିଜ ସମ୍ପର୍କ ସୁଦୃଢ଼ କରିବା ଆରମ୍ଭ କଲା। ଏହା ଦେଖି ନରମ ପଢ଼ିଛନ୍ତି ଟ୍ରମ୍ପ।
ବୁଧବାର ଟ୍ରମ୍ପ ଲଗାତାର ତୃତୀୟ ଥର ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ସଦ୍ୟତମ ବିବୃତ୍ତି ପରେ, ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି, ଭାରତ ଏବଂ ଆମେରିକା ବହୁତ ଭଲ ବନ୍ଧୁ ଏବଂ ପ୍ରାକୃତିକ ଅଂଶୀଦାର। ଟ୍ରମ୍ପ ଅପରେଶନ ସିନ୍ଦୂରରେ ମଧ୍ୟସ୍ଥତା କରିବାକୁ ମନା କରିବାରୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଟ୍ରମ୍ପ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହି ୫୦ ପ୍ରତିଶତ ଟାରିଫ୍ ମଧ୍ୟ ଲଗାଇଥିଲେ।
ଉଲ୍ଲେଖନୀୟ ଯେ, ଆମେରିକାରୁ ବିମାନ ଇଞ୍ଜିନ ଯୋଗାଣରେ ବିଳମ୍ବ ସତ୍ତ୍ୱେ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (AHL) ଭାରତୀୟ ବାୟୁସେନାକୁ LCA ତେଜସ ଲଢ଼ୁଆ ବିମାନ ମାର୍କ-1A ର ଦୁଇଟି ଉନ୍ନତ ସଂସ୍କରଣ ପ୍ରଦାନ କରିବାକୁ ଯାଉଛି। ଗତ ମାସରେ ଆମେରିକାରୁ ଗୋଟିଏ ବି ଇଞ୍ଜିନ ଭାରତ ଆସିନଥିଲା। କାରଣ ଅଗଷ୍ଟ ମାସରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଚୁକ୍ତି ଅନୁଯାୟୀ, ମୋଟ ୯୯ଟି ଇଞ୍ଜିନ ମଧ୍ୟରୁ ହଲ୍ ଚଳିତ ବର୍ଷ ସୁଦ୍ଧା ଜିଇଠାରୁ ୧୨ଟି ଇଞ୍ଜିନ ପାଇବ। ଏହି ଇଞ୍ଜିନଗୁଡ଼ିକୁ ଏଲସିଏ ତେଜସ ଲଢ଼ୁଆ ବିମାନର ଉନ୍ନତ ସଂସ୍କରଣ, ଏଲସିଏ-ମାର୍କ ୧ଏ ପାଇଁ ବ୍ୟବହାର କରାଯିବ। ପ୍ରାୟ ଦୁଇ ବର୍ଷ ବିଳମ୍ବରେ ଆମେରିକାରୁ ତୃତୀୟ ଇଞ୍ଜିନ ଆସିଛି।
Powered by Froala Editor