ଅକ୍ଟୋବରରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସଆଇଆର୍) ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହିତ ବୁଧବାର ବୈଠକ କରାଯାଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାରରେ ଯେପରି ଏସ୍ଆଇଆର କରାଯାଇଛି ସେହିଭଳି ଏସଆଇଆର କରାଯିବ। ବୈଠକ ତଥା ୱାର୍କସପ୍ରେ ସିଇଓମାନଙ୍କୁ ଯଥାଶୀଘ୍ର ଏସଆଇଆର ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। ଜବାବରେ ଅଧିକାଂଶ ସିଇଓ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ମୌଳିକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ। ଏସଆଇଆର ସମୟରେ ଭୋଟରଙ୍କ ପରିଚୟ ଯାଞ୍ଚ ପାଇଁ କେଉଁ କେଉଁ ପରିଚୟପତ୍ରକୁ ଗ୍ରହଣ କରାଯିବ ତା’ର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।
Powered by Froala Editor