ମାଲିକାନା ସ୍ବତ୍ବ ହାସଲ କରିବାକୁ ହାଇକୋର୍ଟରେ ପିଟିସନ ଦାଏର କଲେ କରିସ୍ମାଙ୍କ ଦୁଇ ସନ୍ତାନ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ସଞ୍ଜୟ କପୁରଙ୍କ ପରଲୋକ ଘଟିଥିବା ପରିପ୍ରେକ୍ଷୀରେ ତାଙ୍କର ୩୦,୦୦୦ କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ ପ୍ରସଙ୍ଗ ବର୍ତ୍ତମାନ ଅଦାଲତରେ ପହଞ୍ଚିଛି। ସଞ୍ଜୟଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନ ଇତିମଧ୍ୟରେ ସଞ୍ଜୟଙ୍କ ସମ୍ପତ୍ତିର ମାଲିକାନା ସ୍ବତ୍ବ ହାସଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଥିବା ଜଣାପଡିଛି। ଇତିମଧ୍ୟରେ ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା କପୁର ଇତିମଧ୍ୟରେ ସଞ୍ଜୟଙ୍କ ସମ୍ପତ୍ତିକୁ ମିଥ୍ୟା ଉଇଲ ମାଧ୍ୟମରେ ହାତେଇବାକୁ ଚକ୍ରାନ୍ତ କରୁଥିବା ସେମାନେ ପିଟିସନରେ ଉଲ୍ଲେଖ କରିଛନ୍ତି। ତେଣୁ ସଞ୍ଜୟଙ୍କ ସନ୍ତାନ ଭାବେ ସମ୍ପତ୍ତିରୁ ଭାଗ ଦିଆଯାଉ ବୋଲି ସେମାନେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ କରିସ୍ମା ୨୦୦୩ ସେପ୍ଟେମ୍ବର ୨୯ରେ ସଞ୍ଜୟଙ୍କୁ ବୈଦିକ ଋତିରେ ବିବାହ କରିଥିଲେ। ସେମାନଙ୍କର ସାମାଇରା ଏବଂ କିଆନ ନାମରେ ଝିଅ ଓ ପୁଅ ଅଛନ୍ତି।
Powered by Froala Editor