ଭିଜିଲାନ୍ସ ହାତରେ କନିଷ୍ଠ କିରାଣି
କେନ୍ଦୁଝର: କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କନିଷ୍ଠ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମ ରୂପ ଚାନ୍ଦ ନାୟକ। ଗତ ୩୧ ଜୁଲାଇ ୨୦୨୫ରେ ଅବସର ନେଇଥିବା ଜଣେ ପିଅନଙ୍କ ସର୍ଭିସ ବୁକ୍, ପେନ୍ସନ୍ ପେପର ଆଦି କରିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଉକ୍ତ ଲାଞ୍ଚ ଟଙ୍କା ନେବା ବେଳକୁ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ ବୋଲି ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି।
Powered by Froala Editor