ସୁଭଦ୍ରା ଯୋଜନା ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କଣ ?
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବୁଧବାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ନିଶ୍ଚିତ ସୁଭଦ୍ରା ଯୋଜନାର ସହାୟତା ରାଶି ପାଇବେ। କାହିଁକି ଉକ୍ତ ଯୋଜନାରୁ ବଞ୍ଚିତ ହେଲେ ତାହାର ତର୍ଜମା ଚାଲିଛି। ଯୋଗ୍ୟ ହୋଇଥିଲେ ଏକାଥରକେ ଦୁଇଟି କିସ୍ତିର ଟଙ୍କା ମିଳିବ ବୋଲି ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ। ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ବାଦ୍ ହିତାଧିକାରୀଙ୍କୁ ଯୋଡ଼ିବା ନେଇ ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ପ୍ରଭାତୀ କହିଛନ୍ତି।
Powered by Froala Editor