ଲାଲକିଲ୍ଲା ପରିସରରେ କୋଟିଏ ଟଙ୍କା ମୂଲ୍ୟର ସୁନା କଳସ ଚୋରି
ନୂଆଦିଲ୍ଲୀ : ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଚୋରି ଘଟଣା ଏବେ ହଇଚଇ ସୃଷ୍ଟି କରିବା ସହ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସରରୁ କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନାନୁଯାୟୀ, ଲାଲକିଲ୍ଲା ପରିସରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ସେହି ସମୟରେ ଏହି କଳସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । କୁହାଯାଉଛି ଯେ କଳସରେ ୭୬୦ ଗ୍ରାମ ସୁନା ଏବଂ ୧୬୦ ଗ୍ରାମ ହୀରା ଖଚିତ ହୋଇଥିଲା। ଏହି କଳସର ମୂଲ୍ୟ ପ୍ରାୟ ଏକ କୋଟି ବୋଲି କୁହାଯାଉଛି। ମାମଲାର ସୂଚନା ପାଇବା ମାତ୍ରେ ପୁଲିସ ସକ୍ରିୟ ହୋଇ ଚୋରଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲା। ସିସିଟିଭି ଫୁଟେଜ୍ ମାଧ୍ୟମରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି ।
Powered by Froala Editor