ଘାତକ ତିଆରି କଲା ଚୀନ, ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ ଡିଏଫ-୫ସି କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ: ୫ କି ୧୦ ହଜାର କିଲୋମିଟର ନୁହେଁ। ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି। ପରମାଣୁ ଯୁଦ୍ଧାସ୍ତ୍ର ବହନ କରି ଦୁନିଆର ଯେକୌଣସି ପ୍ରାନ୍ତକୁ ଏହା ଟାର୍ଗେଟ କରିପାରିବାରେ ସକ୍ଷମ। କେବଳ ଏତିକି ନୁହେଁ ଗୋଯିଏ ସମୟରେ ଏହି କ୍ଷେପଣାସ୍ତ୍ର ୧୦ଟି ପୃଥକ ସ୍ଥାନରେ ଆକ୍ରମଣ କରିପାରିବ।
ବେଜିଂରେ ବିଜୟ ଦିବସ ପରେଡ ଅବସରରେ ଚୀନ ନିଜ ସେନାର ଶକ୍ତି ପ୍ରଦର୍ଶନ କରିବା ସହିତ ଏହି କ୍ଷେପଣାସ୍ତ୍ରକୁ ଲୋକଲୋଚନକୁ ଆଣିଛି। ୨ୟ ବିଶ୍ଵଯୁଦ୍ଧ ସମୟରେ ଜାପାନ ବିରୋଧରେ ଚୀନ ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ଏହି ପରେଡ୍ ଆୟୋଜିତ ହୋଇଥିଲା।
Powered by Froala Editor