ଶିକ୍ଷକମାନେ TET ପାସ୍ କରିବାକୁ ପଡ଼ିବ

ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ମହାରାଷ୍ଟ୍ରର ଏକ ମାମଲା ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ। ଶିକ୍ଷକଙ୍କ ବାଧ୍ୟତାମୂଳକ ଭାବରେ ଶିକ୍ଷକଯୋଗ୍ୟତା ପରୀକ୍ଷା ପାସ୍ କରିବାକୁ ପଡ଼ିବ।
ତେବେ ଯେଉଁ ଶିକ୍ଷକଙ୍କ ଅବସର ଆଉ ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଏହା ଦରକାର ପଡିବନାହିଁ । କିନ୍ତୁ ଅବସର ୫ ବର୍ଷରୁ ଊର୍ଦ୍ଧ୍ବ ଥିଲେ ଟିଇଟି ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ହେବ । ଟିଇଟି ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ଦିଆଯିବ ।
Powered by Froala Editor