ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

ଚୀନ୍ର ତିଆନ୍ଜିନ୍ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଭାଷଣ ଦେଇଛନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ କହିଛନ୍ତି ।
ସାଙ୍ଘାଇ ସମନ୍ୱୟ ସଙ୍ଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏସ୍ସିଓର ୩ଟି ନୂତନ ଅର୍ଥ ବାଖ୍ୟା କରିଥିଲେ । ଏସ୍ (ସୁରକ୍ଷା), ସି (ସଂଯୋଗୀକରଣ), ଓ ( ସୁଯୋଗ) । ସେ କହିଥିଲେ ଯେ ଭାରତ ଏସ୍ସିଓର ସଦସ୍ୟ ଭାବରେ ଏକ ସକରାତ୍ମକ ଭୂମିକା ଗ୍ରହଣ କରିଛି । ଭାରତର ଚିନ୍ତାଧାରା , ଆଭିମୁଖ୍ୟ, ବିଚାରଧାରା ଏବଂ ନୀତି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ- ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୩୪ ବର୍ଷ ଧରି, ଏସସିଓ ସମଗ୍ର ୟୁରେସିଆକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏସସିଓର ଏକ ସକ୍ରିୟ ସଦସ୍ୟ ଦେଶ ଭାବରେ ଭାରତ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ " ଶାନ୍ତି ଏବଂ ସ୍ଥିରତା ଯେକୌଣସି ଦେଶର ବିକାଶର ମୂଳଦୁଆ। କିନ୍ତୁ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଉଗ୍ରବାଦ ଏହାର ପଥରେ ବଡ଼ ଚ୍ୟାଲେଞ୍ଜ। ଆତଙ୍କବାଦ କେବଳ ଗୋଟିଏ ଦେଶର ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ଏକ ସାଧାରଣ ଚ୍ୟାଲେଞ୍ଜ। ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- "ଭାରତ ଗତ ଚାରି ଦଶନ୍ଧି ଧରି ଆତଙ୍କବାଦର ଶିକାର ହୋଇଆସୁଛି। ସମ୍ପ୍ରତି, ଆମେ ପହଲଗାମରେ ଆତଙ୍କବାଦର ସବୁଠାରୁ ଖରାପ ରୂପ ଦେଖିଲୁ। ମୁଁ ସେହି ବନ୍ଧୁ ଦେଶ ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି ଯିଏ ଏହି ଦୁଃଖର ମୁହୂର୍ତ୍ତରେ ଆମ ସହିତ ଠିଆ ହୋଇଥିଲା।"
"ଆମକୁ ସ୍ପଷ୍ଟ ଏବଂ ସର୍ବସମ୍ମତିକ୍ରମେ କହିବାକୁ ପଡିବ ଯେ ଆତଙ୍କବାଦ ଉପରେ କୌଣସି ଦୋହରା ମାନଦଣ୍ଡ ଗ୍ରହଣୀୟ ନୁହେଁ। ଏପରି ପରିସ୍ଥିତିରେ, କିଛି ଦେଶ ଦ୍ୱାରା ଆତଙ୍କବାଦକୁ ଖୋଲା ସମର୍ଥନ ଆମ ପାଇଁ ଗ୍ରହଣୀୟ କି ନାହିଁ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ। ଆମକୁ ପ୍ରତ୍ୟେକ ରୂପ ଏବଂ ରଙ୍ଗରେ ଆତଙ୍କବାଦକୁ ସର୍ବସମ୍ମତିକ୍ରମେ ବିରୋଧ କରିବାକୁ ପଡିବ। ଏହା ମାନବତା ପ୍ରତି ଆମର କର୍ତ୍ତବ୍ୟ।"
Powered by Froala Editor