ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

ନୂଆଦିଲ୍ଲୀ: ଚୀନର ଏସ୍ସିଓ ଶିଖର ସମ୍ମିଳନୀରେ ଏକଘରିକିଆ ହେଲା ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଫଟୋ ପୋଜ୍ ପାଇଁ ଛିଡା ହୋଇଥିବା ବେଳେ ସେହି ପଟେ ଯାଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଶେହବାଜଙ୍କ ମୁହଁକୁ ଟିକେ ବି ଚାହିଁନଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।
ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ ଏକାଠି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏସ୍ସିଓରେ ସାମିଲ ହୋଇଥିବା ଶେହବାଜ ସରିଫ୍ଙ୍କୁ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀ ପୁଟିନ୍ ପରସ୍ପର ସହିତ କଥାବାର୍ତ୍ତା ହୋଇ ଯାଉଥିଲେ । ସେତେବେଳେ ଶେହବାଜ ସରିଫଙ୍କୁ ମୋଦୀ ଟିକିଏ ବି ଆଡ ଆଖିରେ ଚାହିଁନଥିଲେ । ଏକୁଟିଆ ଠିଆ ହୋଇଥିବା ସରିଫଙ୍କ ସହିତ ନା କେହି କଥା ହୋଇଥିଲେ ନା କେହି ତାଙ୍କ ପ୍ରତି ଧ୍ୟାନ ଦେଇଥିଲେ । ଶେହବାଜ ମୋଦୀଙ୍କୁ ହତବାକ୍ ହୋଇ ଚାହିଁ ରହିଥିଲେ ।
Powered by Froala Editor