ମନ କି ବାତ୍ କାର୍ଯ୍ୟକ୍ରମ: ଏହି ଓଡିଆ ଖେଳାଳିଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ : ପିଏମ୍ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ଝିଅ। ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ଖେଳରେ ଦେଶର ନାଁ ଉଜ୍ବଳ କରିଥିବାରୁ ମୋଦୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଲୋ ଇଣ୍ଡିଆ ଓ୍ବାଟର ସ୍ପୋର୍ଟସରେ ଭାଗ ନେଇଥିଲେ ରଶ୍ମିତା। କଟକ ଯୋବ୍ରାସ୍ଥିତ ମହାନଦୀରେ ନୌକାଚାଳନା ଏବଂ ସଂତରଣ ପାଇଁ ଅଭ୍ୟାସ କରୁଥିଲେ ରଶ୍ମିତା। ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ଦୁଇ ସ୍ଵର୍ଣ୍ଣ ପଦକ ପାଇଁ ବଧାଇ ଜଣାଇଛନ୍ତି।
Powered by Froala Editor