ପୁଣି ଓଡ଼ିଶା ଗସ୍ତରେ ଆସିବେ ରାହୁଲ

ଭୁବନେଶ୍ବର: ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଓଡ଼ିଶା ଗସ୍ତରେ ଆସିବେ। ଭୋଟ ଚୋରି, ନାରୀ ସୁରକ୍ଷା ଏବଂ ଗରିବ ପ୍ରସଙ୍ଗକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ କାର୍ଯ୍ୟକ୍ରମ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।
ଶ୍ରୀ ଦାସ କହିଥିଲେ, ଭୋଟ୍ ଚୋରି ପ୍ରମୁଖ ପ୍ରସଙ୍ଗ ଥିବାବେଳେ ଗରିବ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବ। ରାହୁଲ ଗାନ୍ଧୀ ରୋଡ଼ ସୋ’ କରିବେ ଏବଂ ସଭାରେ ଯୋଗଦେବେ।
Powered by Froala Editor