ସରକାରଙ୍କ ଉପରେ ଚାଷୀ ଖୁସି, ଚଳିତ ବର୍ଷ ନାମ ପଞ୍ଜୀକରଣ କରିଛନ୍ତି ୧୯ ଲକ୍ଷ ୬୬ ହଜାର ଚାଷୀ

ଭୁବନେଶ୍ବର: ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୨ ଲକ୍ଷ ୧୭ ହଜାର ନୂଆ ଚାଷୀ କୃଷି କ୍ଷେତ୍ରକୁ ଆସିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ରାଜ୍ୟର ମୋହନ ସରକାର ଚାଷୀଙ୍କ ପାଖରୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିଛନ୍ତି। କ୍ବିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ୨୩ଶହ ଟଙ୍କା ଏବଂ ଅତିରିକ୍ତ ଇନପୁଟ୍ ସହାୟତା ୮ଶହ ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଏହାକୁ ନେଇ ସରକାରଙ୍କ ଉପରେ ଚାଷୀ ଖୁସି ଅଛନ୍ତି। ଏହି କାରଣରୁ ଚଳିତ ବର୍ଷ ସର୍ବାଧିକ ୧୯ ଲକ୍ଷ ୬୬ ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ଚାଷ କାର୍ଯ୍ୟକୁ ଫେରୁଛନ୍ତି। ସରକାର ୩୧ଶହ ଟଙ୍କାରେ ଧାନ କିଣିବା ଏହାର ପ୍ରମୁଖ କାରଣ। ଯେଉଁମାନେ ସରକାରୀ ଜମି, ଶ୍ମଶାନ ଜମି, ମନ୍ଦିର ଜମି ପଞ୍ଜୀକରଣ କରିଥିବେ ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ।
Powered by Froala Editor