ଆରମ୍ଭ ହେଲା ’ଆମ ଶାସନ’: ସରକାରଙ୍କ ସେବା କିଭଳି ମିଳୁଛି ଫିଡବ୍ୟାକ୍ ଦେବେ ଜନତା

ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି, ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ। ଏଥିପାଇଁ ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି।
ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ବିଜେଡି ସରକାରଙ୍କ ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବନି। ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ।
ରାଜ୍ୟ ସରକାର ଯୋଗାଉଥିବା ସବୁସେବା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ମତାମତ ନିଆଯିବ । କ୍ଷେତ୍ର ପରିଦର୍ଶନ ସମୟରେ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ମତାମତ ଦେଇପାରିବେ ସାଧାରଣ ଜନତା ।
Powered by Froala Editor