ବିନା ହଟ୍ଟଗୋଳରେ ଅନଲାଇନ୍ ଗେମିଂ ବିଲ୍ ପାରିତ
ସଂସଦରେ ଗୁରୁବାର (୨୧ ଅଗଷ୍ଟ, ୨୦୨୫) ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଗୃହରେ କେନ୍ଦ୍ର ସୂଚନାମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅନଲାଇନ୍ ଗେମିଂ ଉପରେ ବିଲ୍ ପାରିତ କରାଇବା ନେଇ ପ୍ରସ୍ତାବ ରଖିଥିଲେ । ପରେ ଲୋକସଭାରେ ବିଲ୍ ପାସ୍ ହୋଇଛି । ପ୍ରଯୁକ୍ତିବିଦ୍ୟାର ଦୂରୁପଯୋଗ କାରଣରୁ ହେଉଥିବା କ୍ଷତିଠାରୁ ସମାଜକୁ ସୁରକ୍ଷିତ ରଖିବା ପାଇଁ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ୍ ୨୦୨୫ ଆଗତ ହୋଇଥିଲା ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ ଏହି ବିଲ, ଇ-କ୍ରୀଡା ଏବଂ ଅନଲାଇନ ସାମାଜିକ ଖେଳକୁ ପ୍ରୋତ୍ସାହିତ କରିବା ସହିତ ସମସ୍ତ ପ୍ରକାରର ଅନଲାଇନ ଟଙ୍କା ଖେଳକୁ ନିଷେଧ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ବୁଧବାର ଲୋକ ସଭାରେ ଏହି ବିଲ ଗୃହୀତ ହୋଇଥିଲା।
ଏଥିରେ ଅନଲାଇନ ଟଙ୍କା ଖେଳ ସହିତ ଜଡିତ ବିଜ୍ଞାପନକୁ ନିଷେଧ କରିବା ଏବଂ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏପରି କୌଣସି ଖେଳ ପାଇଁ ପାଣ୍ଠି ପ୍ରଦାନ କିମ୍ବା ସ୍ଥାନାନ୍ତର କରିବାରୁ ନିଷେଧ କରିବାର ବ୍ୟବସ୍ଥା ମଧ୍ୟ ଅଛି।
ବିଲ୍ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଏବଂ ଜୁଆ ଆଧାରିତ କାର୍ଯ୍ୟକଳାପକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି। ଏଥିରେ ଅନଲାଇନ୍ ଫାଣ୍ଟାସି ଖେଳ ଠାରୁ ଆରମ୍ଭ କରି ଅନଲାଇନ୍ ଜୁଆ କାରବାର (ଯଥା ପୋକର୍, ରମ୍ମି ଏବଂ ଅନ୍ୟ କାର୍ଡ ଗେମ୍) ଏବଂ ଅନଲାଇନ୍ ଲଟେରୀ ପର୍ଯ୍ୟନ୍ତ ସାମିଲ ରହିଛି । ଏହା ଆମର ଯୁବବର୍ଗଙ୍କୁ ଶିକାରୀ ଅନଲାଇନ୍ ରିୟଲ୍ ମନି ଗେମିଂ ଆପ୍ ଗୁଡ଼ିକ ଠାରୁ ସୁରକ୍ଷା ଦେବ ।
Powered by Froala Editor