ଅଟୋ ଭିତରେ ଅସଦାଚରଣ ଶିକାର ହେଲେ ନାବାଳିକା
କଟକ: କଟକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ଅଟୋ ଭିତରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣକ ନିଜ ବାନ୍ଧବୀଙ୍କ ସହ ଜଗତପୁରରୁ କଟକ ଆସିଥିଲେ । କାମ ସାରି ଫେରିବାବେଳେ ଅସଦାଚରଣର ଶୀକାର ହୋଇଥିଲେ । ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବାବେଳେ, ଅଟୋ ଚାଳକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି। ପୁଲିସ୍ ତଦନ୍ତ ଜାରି ରଖିଛି।
Powered by Froala Editor