ଏହି ଦୁଇ ଦିନ ପ୍ରବଳ ଛେଚିବ
ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ବର୍ଷା। ଲଗାତାର ଭାବେ ହେଉଛି ତାହାକୁ ତୁହା ବର୍ଷା। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଫଳରେ ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଲାଗି ରହିଛି ବର୍ଷା। ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ୧୮ ଓ ୧୯ ତାରିଖରେ କେତେକ ଜିଲାରେ ପ୍ରବଳ ବର୍ଷିବ। ୧୮ରେ ମାଲକାନଗିରି, କୋରାପୁଟ ଏବଂ ୧୯ରେ କୋରାପୁଟ, କଳାହାଣ୍ଡିକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
Powered by Froala Editor