ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଆଁ ଲାଗି ଅଫିସ କାଗଜ ପତ୍ର ନଷ୍ଟ
ଭୁବନେଶ୍ବର: ଛତ୍ରପୁର ସ୍ଥିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟଳୟରେ ଲାଗିଲା ନିଆଁ। ନିଆଁ ଲାଗି ସମସ୍ତ ଅଫିସ କାଗଜ ପତ୍ର , କମ୍ପୁଟର ଓ ପ୍ରିଣ୍ଟର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆନୁମାନ କରାଯାଉଛି। ତାଲା ପଡ଼ିଥିବା ଯୋଗୁଁ ନିଆଁ ଲିଭାଇବା ପାଇଁ ବିଳମ୍ବ ହୋଇଥିଲା। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
Powered by Froala Editor