ଦୀପ ନିଆଁରୁ ଲାଗି ଜଳିଗଲେ ମହିଳା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୀପ ନିଆଁରୁ ମହିଳା ଜଣଙ୍କ ଜଳିଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା ।
ସୂଚନା ଅନୁସାରେ ଶିଳ୍ପୀ ଦାସଗୁପ୍ତା ନାମକ ମହିଳା ଶୁକ୍ରବାର ସନ୍ଧ୍ୟା ସମୟରେ ଦୀପରେ ନିଆଁ ଲାଗି ଜଳି ଯାଇଥିଲେ । ମହିଳାଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Powered by Froala Editor