ମହିଳାଙ୍କୁ ସଶକ୍ତ କରିବାକୁ ହେଲେ ସେମାନଙ୍କ ସୁରକ୍ଷା ଜରୁରୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସ୍ଵାଧୀନତା ଦିବସରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ସଶକ୍ତ କରିବାକୁ ହେଲେ ସେମାନଙ୍କ ସୁରକ୍ଷା ଜରୁରୀ। ମହିଳା ସୁରକ୍ଷା ପାଇଁ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେ ଯେତେ ଶକ୍ତିଶାଳୀ ହେଳେ ମଧ୍ୟ ଦଣ୍ଡ ପାଇବେ। ସେମାନଙ୍କ ସ୍ଥାନ ଜେଲରେ, ସମାଜରେ ନୁହେଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କ୍ଷମତା ଦିଆଯାଇଛି। ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।
ସେହିପରି ସଂଘଠିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଆଣିବାକୁ ସରକାର ପଛାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦାଦାବଟି, ଚାନ୍ଦା ଆଦାୟକୁ ସଂଘଠିତ ଅପରାଧରେ ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
Powered by Froala Editor