ମେଡିକାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ସମ୍ବଲପୁର: ପ୍ରଥମେ ନିଜ ବେକ କାଟିଥିଲେ ପରେ ପୁଣି ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁର୍ଲା ଭୀମସାରରେ। ଗୁରୁତର ଯୁବକ ଜଣକ ବିଜେପୁର ଭାଟିଗାଓଁ ର ବୋଲି ଜଣାପଡିଛି। ଗତକାଲି ଯୁବକ ଜଣକ କୌଣସି କାରଣରୁ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଆଜି ସକାଳୁ ତାଙ୍କୁ ଭୀମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କୁ ଇଏନ୍ଟିରେ ଭର୍ତ୍ତି କରାଯାଇଥିଲା। ପରେ ସର୍ଜରୀ ଓ୍ବାର୍ଡ କୁ ପଠାଯାଇଥିଲା। ହେଲେ ଏକାକୀର ସୁଯୋଗ ନେଇ ସେ ମେଡିକାଲର ପ୍ରଥମ ମହଲାରୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ତାହା ଜଣାପଡିନାହିଁ। ପୁଲିସ୍ ତଦନ୍ତ ଜାରି ରଖିଛି।
Powered by Froala Editor