ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର
ଭୁବନେଶ୍ବର: ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର । ଫଳରେ ଅଳ୍ପକେ ବର୍ତ୍ତି ଗଲା ଗୋଟିଏ ପରିବାରର ଜୀବନ । ମଙ୍ଗଳବାର ସକାଳୁ ଚୌଦ୍ୱାର ଏନ୍ଏଚ୍-୧୬ ଟାଙ୍ଗୀ ନିର୍ଗୁଣ୍ଡି ନିକଟରେ ରାସ୍ତା ଉପରେ ହଠାତ ଜଳି ଯାଇଥିଲା କାର । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ଗୋଟିଏ ପରିବାର । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କାରଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।
Powered by Froala Editor