ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ଫୋନ୍ ପେ’ରୁ ହଜାରେ ଟଙ୍କା ପଠାଇଥିଲା ନାବାଳକ ଅଭିଯୁକ୍ତ
ଗୋପାଳପୁର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଆସିଛି ନୂଆ ତଥ୍ୟ । ଅଭିଯୁକ୍ତମାନେ ପୀଡ଼ିତାଙ୍କ ଫୋନର ପାସୱାର୍ଡ ନେବାପରେ ଫୋନ୍ ପେ’ ଖୋଲିଥିଲେ । ପରେ ଜଣେ ନାବାଳକ ଅଭିଯୁକ୍ତ ନିଜ ସାଙ୍ଗ ଫୋନ୍ ପେ’ରେ ପୀଡ଼ିତାଙ୍କ ଫୋନ୍ ପେ’ରୁ ହଜାରେ ଟଙ୍କା ପଠାଇଥିଲେ । ପୀଡ଼ିତାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ନଥିବାରୁ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ତେବେ ପୀଡ଼ିତାଙ୍କ ଆକାଉଣ୍ଟରୁ ଜ୍ଞାନରଞ୍ଜନ ଜେନା ନାମକ ଜଣେ ଯୁବକଙ୍କ ଆକାଉଣ୍ଟକୁ ଯାଇଥିଲା ସେହି ହଜାରେ ଟଙ୍କା। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜ୍ଞାନ ସବୁ ସତ କଥା ମାନିଯାଇଥିବା ଜଣାପଡ଼ିଛି ।
Powered by Froala Editor