ଗ୍ରାହକଙ୍କୁ ଝଟକା : ଏଣିକି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ୫୦ ହଜାର ରଖିବାକୁ ପଡ଼ିବ

ପ୍ରାଇଭେଟ ସେକ୍ଟର ଲେଣ୍ଡର ଆଇସିସିଆଇ ବ୍ୟାଙ୍କର ସେଭିଙ୍ଗସ ଖାତାରେ ଏଣିକି ମିନିମମ ବାଲାନ୍ସ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ । ଏହି ନିୟମ ଅଗଷ୍ଟ ୧ ତାରିଖରୁ ପ୍ରଭାବୀ ହୋଇଯିବ । ICICI ବ୍ୟାଙ୍କ ମହାନଗର ଏବଂ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ (SB) ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବା ମିନିମନ ବାଲାନ୍ସକୁ ନାଟକୀୟ ଭାବରେ ୫୦ ହଜାରକୁ ବୃଦ୍ଧି କରିଛି। ପ୍ରାୟ ଏକ ସପ୍ତାହ ପୂର୍ବେ ଏହା ୧୦ ହଜାର ଥିଲା। ଅଗଷ୍ଟ ୧, ୨୦୨୫ଠାରୁ, ICICI ସହିତ ଆକାଉଣ୍ଟ ଖୋଲୁଥିବା ସମସ୍ତ ନୂତନ ଗ୍ରାହକଙ୍କୁ ଏହି ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସ (MAMB) ବଜାୟ ରଖିବାକୁ ପଡିବ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ।
ମେଟ୍ରୋ ଓ ସହରାଞ୍ଚଳରେ ଏଣିକି ଅତିକମରେ ୫୦ ହଜାର, ଅର୍ଦ୍ଧ-ସହରୀ ଅଞ୍ଚଳରେ ୨୫ ହଜାର ଓ ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ରଖିବାକୁ ପଡ଼ିବ । ପୂର୍ବରୁ ମେଟ୍ରୋ ଓ ସହରାଞ୍ଚଳରେ ସଞ୍ଚୟ ଖାତା ପାଇଁ ସର୍ବନିମ୍ନ ରାଶି ୧୦ ହଜାର ଟଙ୍କା ରହିଥିଲା । ଏହି ନିଷ୍ପତ୍ତି ପରେ ଏବେ ଘରୋଇ ବ୍ୟାଙ୍କରେ ମିନିମମ ବାଲାନ୍ସ କ୍ଷେତ୍ରରେ ଆଇସିଆଇସିଆଇ ବ୍ୟାଙ୍କର ରାଶି ସବୁଠାରୁ ଆଗରେ ରହିଛି ।
ଅନ୍ୟ ପକ୍ଷରେ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୨୦୨୦ରେ ଏସବିଆଇ ମିନିମମ ବାଲାନ୍ସ ହଟାଇ ଦେଇଥିଲା ।
Powered by Froala Editor