ଆଜି ରାତିରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର

ଭୁବନେଶ୍ବର: ରବିବାର ରାତିରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର। ନୂଆଦିଲ୍ଲୀର ଏମ୍ସ ଡାକ୍ତରଖାନାରୁ ପୀଡ଼ିତାଙ୍କ ମରଶରୀର ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାତି ପ୍ରାୟ ୧୧ଟା ସୁଦ୍ଧା ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ଆସି ପହଞ୍ଚିବା ପରେ ସେଠାରେ ପୈତୃକ ଗ୍ରାମ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ନୂଆ ଗୋପାଳପୁରକୁ ନିଆଯିବ। ସେଠାରେ ଶେଷକୃତ୍ୟ କରାଯିବ। ଶେଷକୃତ୍ୟ ପାଇଁ ଶୋକାକୂଳ ପରିବେଶରେ ଗାଁରେ ପ୍ରସ୍ତୁତି କରାଯାଉଛି। ମରଶରୀରକୁ ଯେଉଁଠି ସମାଧି ଦିଆଯିବ ସେଠାରେ ଗର୍ତ୍ତ ଖୋଳାଯାଉଛି।
ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ୩ ଥର ଅପରେସନ କରାଯାଇ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଗତ ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ପୀଡ଼ିତା ଆଖି ବୁଜିଥିଲେ। ଏହି ଖବର ମିଳିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପୀଡ଼ିତାଙ୍କ ଗାଁ ନୂଆ ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Powered by Froala Editor