ଦନ୍ତା ହାତୀ ଆକ୍ରମଣରେ ଚାଷୀ ମୃତ
ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆତଙ୍କ। ଦନ୍ତା ହାତୀ ଆକ୍ରମଣରେ ଆଜି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁର ସୁଧାକର ସାମଲ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସୁଧାକର ବିଲକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଆଜି ସକାଳୁ ବିଲ ମଧ୍ୟରୁ ସୁଧାକରଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଲ ଚାରି ପାର୍ଶ୍ବରେ ହାତୀ ପାଦ ଚିହ୍ନ ଥିବାରୁ ହାତୀ ଆକ୍ରମଣରେ ମୃତ୍ୟ ହୋଇଥିବା କୁହାଯାଉଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor