ପ୍ରବଳ ବର୍ଷା: ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଧବାର ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ପ୍ରଭାବ ଅଧିକ ରହିଛି। ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଭଦ୍ରକରେ ୪୩ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁର ୨୫, ଚାନ୍ଦବାଲି ୨୪.୪ ଏବଂ କେନ୍ଦୁଝରରେ ୮.୮ମି.ମି. ବର୍ଷା ହୋଇଛି। କେନ୍ଦୁଝର ଜିଲାର ହାଟଡିହିରେ ସବୁଠୁ ଅଧିକ ୧୦୫.୨ ମି.ମି ଏବଂ କଟକର କଣ୍ଟାପଡ଼ାରେ ୮୨ମି.ମି. ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor