ଅପରେସନ ମହାଦେବରେ ୩ ଆତଙ୍କୀ ନିହତ
ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ସୋମବାର ଦିନ ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ୩ ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା।
ଏହା ପୂର୍ବରୁ ସୁରକ୍ଷା ବାହିନୀ ଲିଡୱାସରେ ‘ଅପରେସନ ମହାଦେବ’ ଆରମ୍ଭ କରିଥିବାର ଏକ୍ସରେ ସୂଚନା ଦେଇଥିଲା। ଏହା ପରେ ପୁଣି ଏକ୍ସରେ ଆଉ ଏକ ପୋଷ୍ଟ କରି କହିଥିଲା ଯେ, " ଜୋରଦାର ଗୁଳିବିନିମୟରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଅପରେସନ ଜାରି ରହିଛି।,"
ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଦଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କମ୍ବିଂ ଅପରେସନ ସମୟରେ ସୈନ୍ୟମାନେ ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଦୁଇ ରାଉଣ୍ଡ ଗୁଳିର ଶବ୍ଦ ଶୁଣାଯାଇଥିଲା। ଏହା ପରେ ସୁରକ୍ଷାବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ।
Powered by Froala Editor