ଉଦ୍ଧାର ହେଲା ବିକ୍ରି ଶିଶୁ କନ୍ୟା
ଟିଟିଲାଗଡ଼: ବିକ୍ରି ଶିଶୁ କନ୍ୟା ଉଦ୍ଧାର। ଟିଟଲାଗଡ ଥାନା ବାଗଡେର ଗାଁର ଏକ ଦାଦନ ଶ୍ରମିକ ପରିବାର ଦାରିଦ୍ର୍ୟତା ନେଇ ତାଙ୍କ ଦ୍ଵିତୀୟ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କାରେ ବିକ୍ରୟ କରିଦେଇଥିଲେ। ଘଟଣାଟି ପ୍ରଘଟ ହେବା ପରେ ଟିଟିଲାଗଡ଼ ପୁଲିସ୍ ରାତ୍ରିରେ ଉକ୍ତ ଶିଶୁ କନ୍ୟାର ପିତା ନିଲ ରଣାଙ୍କୁ ଘରୁ ଉଠାଇ ଆଣିଥିଲା । ବରଗଡ଼ ଜିଲା ପାଇକମାଲ ସହରର ହାଟପଦା ପଡ଼ାରୁ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି ।
Powered by Froala Editor