ସାଙ୍ଗ ବେକକୁ ଧାରୁଆ ଅସ୍ତ୍ରରେ କାଟିଲା ସାଙ୍ଗ
ଉଦଳା: ବନ୍ଧୁକୁ ଘରୁ ଡାକି ନେଇ ହାଣିଦେଲା ସାଙ୍ଗ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁର ଯତିନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ଘର ପାଖରେ ବସିଥିଲେ। ଏହି ସମୟରେ ତାଙ୍କର ଜଣେ ସାଙ୍ଗ ଆସି ଯତିନ୍ଦ୍ରକୁ ଡାକିଥିଲେ। ଯତିନ୍ଦ୍ର ତାଙ୍କ ସହ ଯାଇଥିବାବେଳେ ବିଲ ହିଡ ନିକଟରେ ଅଚାନକ ଯତିନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ଯତିନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା।
Powered by Froala Editor