IndiGo ଇଞ୍ଜିନରେ ନିଆଁ, ଟେକଅଫ ବାତିଲ
ଅହମ୍ମଦାବାଦରୁ ଦିଉ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଶେଷ ମୁହୂର୍ତ୍ତରେ ଉଡ଼ାଣ ବାତିଲ କରିଦିଆଯାଇଥିଲା । ୬୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଏହି ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବା ଯୋଗୁଁ ଟେକଅଫ ତୁରନ୍ତ ବାତିଲ କରାଯାଇଥିଲା।
ଅହମ୍ମଦାବାଦରୁ ଦିଉ ଯାଉଥିବା ଇଣ୍ଡିଗୋ ବିମାନ 6E7966 ରେ ଉଡ଼ାଣ ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ବିମାନଟି ରନୱେରେ ଗତି କରିବା ଆରମ୍ଭ କରିବା ପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ “ମେଡେ” କଲ୍ ପଠାଇଥିଲେ । ବିମାନଟି ପ୍ରସ୍ଥାନ କରିବା ପୂର୍ବରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ବିମାନଟି ଉଡ଼ାଣ ଭରିବା ପର୍ଯ୍ୟାୟରେ ଥିଲା ଯେତେବେଳେ ପାଇଲଟ୍ ଏହାକୁ ରନୱେରେ ଅଟକାଇବାକୁ ନିଷ୍ପତ୍ତି ନେଇଥିଲେ।
ଇଣ୍ଡିଗୋ ମୁଖପାତ୍ର ଆହୁରି କହିଛନ୍ତି, “ଆମେ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ। ସେମାନଙ୍କୁ ରିଫ୍ରେସମେଣ୍ଟ, ପରବର୍ତୀ ଉପଲବ୍ଧ ଉଡ଼ାଣରେ ଯାତ୍ରା କିମ୍ବା ବାତିଲ କରିବା ପାଇଁ ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯାଉଛି।”
Powered by Froala Editor