କାଜୁଜଙ୍ଗଲରେ ଚୋରା ମଦ କାରଖାନା
ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ଥାନା ପକ୍ଷରୁ ବଡସାହି ଥାନା ଅଧୀନ ଆମ୍ବଡାଳି ଉପକଣ୍ଠ କାଜୁଜଙ୍ଗଲ ଭିତରେ ଚାଲିଛି ମଦ କାରଖାନା । ଏଭଳି କିଛି ସୂଚନା ପାଇବା ପରେ ଅବକାରୀ ବିଭାଗ ଚହଲାପଦା ଇଲାକାରେ ଚାଲିଥିବା ଚୋରା ଦେଶୀମଦ କାରଖାନା ସମେତ ବୈଶିଙ୍ଗା ଥାନା ଇଲାକାରେ ପୃଥକ ଭାବେ ଚଢ଼ଉ କରିଛି ।
ଆମ୍ବଡାଳି ଉପକଣ୍ଠ କାଜୁଜଙ୍ଗଲ ସଂଲଗ୍ନ ଚହଲାପଦା ଇଲାକାରେ ଚାଲିଥିବା ଚୋରା ଦେଶୀମଦ କାରକାନା ବାବଦରେ ଖବରପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରକାଶ ସାହୁ ସଦଳବଳେ ମଙ୍ଗଳବାର ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ମଦମାଫିଆମାନେ କାଜୁ ଜଙ୍ଗଲ ଭିତରେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ଚୋରାଚାଲାଣ ନିମନ୍ତେ ପ୍ରସ୍ତୁତ କରି ରଖାଯାଇଥିବା ରନ୍ଧାମଦ ସମେତ ମହୁଲପୋଚ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଗୁଡିକୁ ଭାଙ୍ଗିରୁଜି ନଷ୍ଟ କରାଯାଇଥିଲା ।
ସେହିଭଳି ବଡସାହି ଥାନା ଅଧୀନ ରଙ୍ଗପାଣି ଏବଂ ବୈଶିଙ୍ଗା ଥାନା ଅଧୀନ ଅଜାଡିହ ଗ୍ରାମରେ ମଧ୍ୟ ପୃଥକ ଭାବେ ବେତନଟୀ ଅବକାରୀ ଟିମ ଚଢ଼ଉ କରିଥିଲା । ଏନେଇ ପୃଥକ ମାମଲା ରୁଜୁ କରାଯାଇଛି ।
Powered by Froala Editor