ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଦକ୍ଷିଣ ଭାରତର କିଛି ବଡ଼ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ସୋମବାର ଦିନ, ଇଡି ୪ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି। ଏମାନେ ଅବୈଧ ଅନଲାଇନ୍ ବେଟିଂ ଏବଂ ଜୁଆ ସହିତ ଜଡିତ ଆପ୍ ପ୍ରମୋଟ କରିଥିବା ଅଭିଯୋଗ ହୋଇଛି।
ଇଡି ରାଣା ଦଗ୍ଗୁବତୀଙ୍କୁ ଜୁଲାଇ ୨୩ରେ, ପ୍ରକାଶ ରାଜଙ୍କୁ ଜୁଲାଇ ୩୦ରେ, ବିଜୟ ଦେବରକୋଣ୍ଡାଙ୍କୁ ଅଗଷ୍ଟ ୬ରେ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ଅଗଷ୍ଟ ୧୩ରେ ସମନ ହାଇଦ୍ରାବାଦ ଜୋନାଲ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଅଧିକାରୀମାନେ ପିଟିଆଇକୁ କହିଛନ୍ତି ଯେ, ମନି ଲଣ୍ଡରିଂ ନିବାରଣ ଆଇନ (PMLA)ର ବ୍ୟବସ୍ଥା ଅନୁଯାୟୀ ଏଜେନ୍ସି ସମ୍ମୁଖରେ ହାଜର ହେବା ସମୟରେ ଚାରି ଜଣଙ୍କ ବୟାନ ରେକର୍ଡ କରାଯିବ।
ଇଡିର ତଦନ୍ତରୁ ଜଣାପଡିଛି ଯେ ବେଟିଂ ଆପ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର ହୋଇଛି ଏବଂ ଏହି ଷ୍ଟାରମାନଙ୍କୁ ଏହି ପ୍ରମୋସନ ପାଇଁ ବିପୁଳ ପରିମାଣର ଟଙ୍କା ଦିଆଯାଇଥିଲା। ବର୍ତ୍ତମାନ ସମସ୍ତଙ୍କୁ ସମନ ପଠାଯାଇଛି ।
Powered by Froala Editor