ଦିଲ୍ଲୀରେ ପୁଣି ୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ଗତ ୩ ଦିନରେ ୧୦ ଟି ସ୍କୁଲକୁ ଏଭଳି ଧମକ ମିଳିବା ପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ବୁଧବାର ସକାଳେ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସେଣ୍ଟ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ, ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଛି । ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିବା ସହ ସାରା ରାତି ସ୍କୁଲ ଷ୍ଟାଫ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି । ବୋମା ଧମକ ମିଳିଥିବା ସ୍କୁଲଗୁଡିକରେ ବୋମା ନିସ୍କ୍ରିୟକାରୀ ଟିମ୍, ଡଗ ସ୍କ୍ବାଡ୍, ସାଇବର ଏକ୍ସପର୍ଟ ଟିମ୍ ସହ ଦିଲ୍ଲୀ ପୁଲିସ ସ୍କୁଲଗୁଡିକରେ ଯାଞ୍ଚ କରିଛନ୍ତି। ଘଟଣାର ତଦନ୍ତ ଚାଳଇଥିବାରେ ସ୍କୁଲ କତ୍ତୃର୍ପକ୍ଷ ଘଟଣା ଉପରେ ନଜର ରଖିଛନ୍ତି । ପିଲାଙ୍କ ମଧ୍ୟରେ ଭୟ ବଢୁଥିବାରୁ ପାଠପଢାରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ପଦାର୍ଥ କିମ୍ବା ବୋମା ମିଳିନାହିଁ। ତଥାପି ସତର୍କତା ସ୍ବରୂପ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଫରେନ୍ସିକ ଦଳ ମଧ୍ୟ ତଦନ୍ତରେ ନିୟୋଜିତ ହୋଇଛନ୍ତି।
Powered by Froala Editor