ଶିବ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ବର: ଶ୍ରବାଣ ମାସରେ ଶିବ ମନ୍ଦିରରେ ଗ୍ରୀଲ କାଟି ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଆଦମପୁର ଗାଁରେ ଥିବା ଶିବ ମନ୍ଦିରରୁ ବିଳମ୍ବିତ ରାତିରେ କବାଟ କାଟି , ଗ୍ରୀଲ୍ କାଡି ଦାନ ବାକ୍ସ, ଘଣ୍ଟି ସବୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀମାନେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମାବାସୀ ମାନେ କହିଛନ୍ତି ଯେ ଗାଁରେ ଅସମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ପ୍ରତିଦିନ ସନ୍ଧ୍ୟା ହେଲେ ଗାଁର ଶେଷ ମୁଣ୍ଡରେ ମାଫିଆ ଓ ଦୁର୍ବୃତ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ମନ୍ଦିର ପ୍ରତିଷ୍ଠା ହେବାର ମାତ୍ର ୪ମାସରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଠାକୁରଙ୍କ ଦାନ ବାକ୍ସରେ ଥିବା ଅର୍ଥରାଶି ଏବଂ ଠାକୁରଙ୍କ ବାସନ, ୧୮କିଲୋଗ୍ରାମର ଏକ ଘଣ୍ଟି ସବୁ କିଛି ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୁବ୍ଧ ପ୍ରକାଶ ପାଇଛି ।
Powered by Froala Editor