Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅସ୍ଥି ମଜଭୁତ କରେ ଖଜୁରି

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ ...

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ...

  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ...

  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ...

  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

ରାଜ୍ୟ
Home ›› ରାଜ୍ୟ ››ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

2025-07-16 05:20:59
15098
Share:
Facebook
Twitter
E-Mail
WhatsApp
Telegram
ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

କଟକ: ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ। ସମସ୍ତ ନବଜାତ ଶିଶୁଙ୍କୁ ଯେପରି ମାଆ କ୍ଷୀର ମିଳିପାରିବ, ସେଥିପାଇଁ ଖୋଲିଛି ମଦର ମିଳ୍କ ବ୍ୟାଙ୍କ ବା ମାଆ କ୍ଷୀର ବ୍ୟାଙ୍କ। ଯେଉଁ ମାଆ କୌଣସି କାରଣରୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇ ପାରୁ ନାହାନ୍ତି, ସେହି ଶିଶୁମାନଙ୍କ ପାଇଁ ମାଆ କ୍ଷୀର ଉପଲବ୍ଧ କରାଇବା ଏହି ଦୁଗ୍ଧ ବ୍ୟାଙ୍କର ମୂଳ ଉଦ୍ଦେଶ୍ୟ। ଏଥିପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଦ୍ବିତୀୟ ମହଲାରେ ଥିବା କ୍ଷୀର ଭଣ୍ଡାର ବେଶ ସହାୟକ ହେଉଛି। ୨୦୨୪- ୨୫ ବର୍ଷ ମଧ୍ୟରେ ପ୍ରାୟ ୭ ହଜାର ୫୦ମାଆଙ୍କ ଠାରୁ ପ୍ରାୟ ୭୦ ହଜାର ଲିଟର ସଂଗ୍ରହ କରାଯାଇଥିଲା । ସେଥିରୁ ପ୍ରାୟ ୫ ହଜାର ଶିଶୁ ଉପକୃତ ହେଉଛନ୍ତି।

ମାଆ କ୍ଷୀର ଉପଲବ୍ଧ କରାଉଥିବା ଏହି ବ୍ୟାଙ୍କ, ବ୍ଲଡ୍‌ ବ୍ୟାଙ୍କ ଭଳି କାମ କରିଥାଏ। ମାଆ କ୍ଷୀରରୁ ବଞ୍ଚିତ ରହୁଥିବା ଶିଶୁମାନଙ୍କ ପାଇଁ ମହିଳାମାନେ ଏଠାରେ ନିଜ କ୍ଷୀର ଦାନ କରିଥାନ୍ତି। ବୈଜ୍ଞାନିକ ଉପାୟରେ ଏହି କ୍ଷୀରକୁ ଲମ୍ବା ସମୟ ଧରି ସୁରକ୍ଷିତ ରଖାଯାଇ ପାରିବ। କେତେକ ଘଟଣାରେ ପ୍ରସବ ପରେ ମହିଳାମାନଙ୍କଠାରେ କ୍ଷୀର ଆସି ନ ଥାଏ, ଯଦିବା ଆସିଥାଏ, ତାହା ବହୁତ କମ୍‌ ପରିମାଣର। ଏଭଳି ସ୍ଥିତିରେ ନବଜାତ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ରୁହେ। ଏହାଛଡ଼ା ପ୍ରସବ ସମୟରେ ଯଦି ମା’ର ମୃତ୍ୟୁ ଘଟେ, ସେହି ନବଜାତ ଶିଶୁଙ୍କ ପାଇଁ ଦୁଗ୍ଧ ବ୍ୟାଙ୍କ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। କେତେକାଂଶରେ ଦେଖାଯାଏ, ଜଟିଳ ରୋଗ ଯୋଗୁଁ ମାଆମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ କରାଇ ପାରି ନଥାଆନ୍ତି। ଏହି କ୍ଷେତ୍ରରେ ମିଲ୍କ ବ୍ୟାଙ୍କ ବେଶ ସହାୟକ ହୋଇଥାଏ। ଏଥିପାଇଁ ରାଜ୍ୟରେ ଦୁଇଟି ସ୍ଥାନରେ ଏହି ବ୍ୟାଙ୍କ କାର୍ଯ୍ୟକରୁଛି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨୦୨୨ରୁ ଏହା କାର୍ଯ୍ୟକ୍ଷମ ଥିବା ବେଳେ ୨୦୨୩ରେ ଏସ୍‌ସିବିରେ ଏହି ବ୍ୟାଙ୍କ ଖୋଲିଥିଲା। ପ୍ରାଥମିକ ଭାବେ ଏସଏନସିୟୁରେ ରହୁଥିବା ଶିଶୁଙ୍କ ମାଆ ମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ ହୋଇଥିଲା। ପରେ ଏଠାରେ କ‌େମ୍ପ୍ରସିପ ଲକ୍ଟେନ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍‌ଏମ୍‌ସି) ଖୋଲାଯାଇ ହଜାର ହଜାର ଶିଶୁ ଉପକୃତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବିରେ ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ମାଆଙ୍କ ଠାରୁ ପ୍ରାୟ ଦୁଇ ଲିଟର କ୍ଷୀର ସଂଗ୍ରହ ହୋଇଥାଏ। ସେହିପରି ସଂଗୃହୀତ କ୍ଷୀରରୁ ପ୍ରାୟ ୧୫ଶହ ମିଲି ଲିଟର କ୍ଷୀର ଶିଶୁ ଗ୍ରହଣ କରିଥାନ୍ତି। ବାକି ୫ଶହକୁ ବ୍ୟାଙ୍କରେ ଗଚ୍ଛିତ କରି ରଖାଯାଏ। ଏସ୍‌ସିବିରେ ପ୍ରାୟ ୬୦ ଲିଟର କ୍ଷୀର ଗଚ୍ଛିତ ରହିବା କ୍ଷମତା ଥିବା ବେଳେ ବର୍ତ୍ତମାନ ପ୍ରାୟ ୨୫ ଲିଟର କ୍ଷୀର ସଂରକ୍ଷିତ କରି ରଖାଯାଇଛି। କ୍ଷୀର ସଂଗ୍ରହ କରାଯିବାର ୬ ମାସ ପର୍ଯ୍ୟନ୍ତ ଏହା ବ୍ୟବହାର ଉପଯୋଗୀ ରହିଥାଏ। ଏନେଇ ଏସସିବି ମିଲ୍କ ବ୍ୟାଙ୍କ ଦାୟିତ୍ବରେ ଥିବା ଡା. ସ୍ବରୂପା ପଣ୍ଡା କହିଛନ୍ତି, ଏହି ବ୍ୟାଙ୍କରୁ ଅନେକ ଶିଶୁ ଉପକୃତ ହେଉଛନ୍ତି। ପୂର୍ବରୁ ଶିଶୁଙ୍କୁ ଡବା ‌ଦେବା ପାଇଁ କହୁଥିଲୁ। ଏବେ ସିଏଲ୍‌ଏମ୍‌ସି କ୍ଷୀର ଦିଆଯାଉଛି। ଏହାକୁ ସୂଚାରୁ ରୂପେ କରାଇବା ପାଇଁ ପ୍ରସୂତି ବିଭାଗରେ ନୂଆ ମାଆ ମାନଙ୍କୁ କାଉନସେଲିଂ କରାଯାଉଛି। ଏଥିପାଇଁ ୪ ଜଣ ମହିଳା କାର୍ଯ୍ୟ କରୁଛନ୍ତି। ସେମାନେ ଛୁଆ ଜନ୍ମ ପୂର୍ବରୁ ଜନ୍ମ ପର ପର୍ଯ୍ୟନ୍ତ ମାଆ ମାନଙ୍କୁ ଏଥିପାଇଁ କାଉନସେଲିଂ କରିଥାନ୍ତି। ଏବେ ମାଆ ମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏହା ଶିଶୁଙ୍କ ସହ ମାଆଙ୍କ ପାଇଁ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ପ୍ରଚାରପ୍ରସାର ହେଲେ ଅଧିକ ଶିଶୁ ଉପକୃତ ହେବେ ବୋଲି ସେ କହିଛନ୍ତି।

ତେବେ ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିିବି ମେଡିକାଲ କଲେଜରେ ଏହି ମିଲ୍କ ବ୍ୟାଙ୍କ ଥିବା ବେଳେ ଆଗକୁ ଶିଶୁଭବନ ସହ ଆଉ ୩ଟି ପୁରାତନ ମେଡିକାଲ କଲେଜରେ ଖୋଲାଯିବ ବୋଲି ସୂଚନା ମିଳିଛି। ରାଜ୍ୟର ସମସ୍ତ ଆଇୱାଇସିଏଫ ଅଞ୍ଚଳରେ ମେଡିକାଲ ଅଫିସର, ଷ୍ଟାପ୍ ନର୍ସ, ଏଏନଏମ୍, ଆଶା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ତାଲିମ ଦିଆଯାଇଛି। ସେହିପରି ୫୦ ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା ୟୁନିଟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏପଟେ କ୍ୟାପିଟାଲ ହସ୍ପିଟାଲ ଅପେକ୍ଷା ଏସସିବି ମେଡିକାଲ କଲେଜରେ ସଫଳତା ଅଧିକ ରହିଛି। ମାନେ ଯେଉଁମାନଙ୍କର କ୍ଷୀର ଅଧିକ ହେଉଛି ସ୍ବତଃପ୍ରବୃତ୍ତ ଭାବରେ କ୍ଷୀର ଦାନ କରାନ୍ତି। ପୂର୍ବ ଭଳି ମହିଳାଙ୍କ ମଧ୍ୟରେ ଆଉ ସଙ୍କୋଚ ନାହିଁ। ସଚେତନତା ଅଧିକ ବଢିଥିବା କୁହାଯାଇଛି।

Powered by Froala Editor

Tags Milk bank

Related articles Odisha News Lens 4.1

  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...
    ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...

    15113
    Apr 16, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13724
    Apr 16, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ
    ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    14854
    Apr 16, 2026
  •  ଅସ୍ଥି ମଜଭୁତ କରେ ଖଜୁରି
    ବିଶେଷ

    ଅସ୍ଥି ମଜଭୁତ କରେ ଖଜୁରି

    15536
    Apr 16, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15423
    Apr 15, 2026
  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’
    ମନୋରଞ୍ଜନ

    ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

    14772
    Apr 16, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
    ଦେଶ-ଦେଶାନ୍ତର

    ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    14033
    Apr 16, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13980
    Apr 15, 2026
  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
    ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14679
    Apr 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

    14772
    Apr 16, 2026
  • ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ପାତ୍ର

    15113
    Apr 16, 2026
  • ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15423
    Apr 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17422
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17476
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17833
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16304
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15536
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15637
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16101
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14719
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15695
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15338
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15070
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15571
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13868
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    14033
    Apr 16, 2026
  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ବିବାହ କରି ଫସିଲେ, ମହିଳା ନେଇଗଲେ ୪୦ ଲକ୍ଷ

    13826
    Apr 16, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13724
    Apr 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In