Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ...

  • ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ...

  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ...

  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ...

  • ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ...

  • ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ...

  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ ...

  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ...

  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, ...

ରାଜ୍ୟ
Home ›› ରାଜ୍ୟ ››ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

2025-07-16 05:20:59
15065
Share:
Facebook
Twitter
E-Mail
WhatsApp
Telegram
ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ, ଖୋଲିଛି ମଦର ମିଳ୍କ ବ୍ୟାଙ୍କ

କଟକ: ମାଆ କ୍ଷୀରରୁ ବଞ୍ଚିତ ହେବେନି ଶିଶୁ। ସମସ୍ତ ନବଜାତ ଶିଶୁଙ୍କୁ ଯେପରି ମାଆ କ୍ଷୀର ମିଳିପାରିବ, ସେଥିପାଇଁ ଖୋଲିଛି ମଦର ମିଳ୍କ ବ୍ୟାଙ୍କ ବା ମାଆ କ୍ଷୀର ବ୍ୟାଙ୍କ। ଯେଉଁ ମାଆ କୌଣସି କାରଣରୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇ ପାରୁ ନାହାନ୍ତି, ସେହି ଶିଶୁମାନଙ୍କ ପାଇଁ ମାଆ କ୍ଷୀର ଉପଲବ୍ଧ କରାଇବା ଏହି ଦୁଗ୍ଧ ବ୍ୟାଙ୍କର ମୂଳ ଉଦ୍ଦେଶ୍ୟ। ଏଥିପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଦ୍ବିତୀୟ ମହଲାରେ ଥିବା କ୍ଷୀର ଭଣ୍ଡାର ବେଶ ସହାୟକ ହେଉଛି। ୨୦୨୪- ୨୫ ବର୍ଷ ମଧ୍ୟରେ ପ୍ରାୟ ୭ ହଜାର ୫୦ମାଆଙ୍କ ଠାରୁ ପ୍ରାୟ ୭୦ ହଜାର ଲିଟର ସଂଗ୍ରହ କରାଯାଇଥିଲା । ସେଥିରୁ ପ୍ରାୟ ୫ ହଜାର ଶିଶୁ ଉପକୃତ ହେଉଛନ୍ତି।

ମାଆ କ୍ଷୀର ଉପଲବ୍ଧ କରାଉଥିବା ଏହି ବ୍ୟାଙ୍କ, ବ୍ଲଡ୍‌ ବ୍ୟାଙ୍କ ଭଳି କାମ କରିଥାଏ। ମାଆ କ୍ଷୀରରୁ ବଞ୍ଚିତ ରହୁଥିବା ଶିଶୁମାନଙ୍କ ପାଇଁ ମହିଳାମାନେ ଏଠାରେ ନିଜ କ୍ଷୀର ଦାନ କରିଥାନ୍ତି। ବୈଜ୍ଞାନିକ ଉପାୟରେ ଏହି କ୍ଷୀରକୁ ଲମ୍ବା ସମୟ ଧରି ସୁରକ୍ଷିତ ରଖାଯାଇ ପାରିବ। କେତେକ ଘଟଣାରେ ପ୍ରସବ ପରେ ମହିଳାମାନଙ୍କଠାରେ କ୍ଷୀର ଆସି ନ ଥାଏ, ଯଦିବା ଆସିଥାଏ, ତାହା ବହୁତ କମ୍‌ ପରିମାଣର। ଏଭଳି ସ୍ଥିତିରେ ନବଜାତ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ରୁହେ। ଏହାଛଡ଼ା ପ୍ରସବ ସମୟରେ ଯଦି ମା’ର ମୃତ୍ୟୁ ଘଟେ, ସେହି ନବଜାତ ଶିଶୁଙ୍କ ପାଇଁ ଦୁଗ୍ଧ ବ୍ୟାଙ୍କ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। କେତେକାଂଶରେ ଦେଖାଯାଏ, ଜଟିଳ ରୋଗ ଯୋଗୁଁ ମାଆମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ କରାଇ ପାରି ନଥାଆନ୍ତି। ଏହି କ୍ଷେତ୍ରରେ ମିଲ୍କ ବ୍ୟାଙ୍କ ବେଶ ସହାୟକ ହୋଇଥାଏ। ଏଥିପାଇଁ ରାଜ୍ୟରେ ଦୁଇଟି ସ୍ଥାନରେ ଏହି ବ୍ୟାଙ୍କ କାର୍ଯ୍ୟକରୁଛି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨୦୨୨ରୁ ଏହା କାର୍ଯ୍ୟକ୍ଷମ ଥିବା ବେଳେ ୨୦୨୩ରେ ଏସ୍‌ସିବିରେ ଏହି ବ୍ୟାଙ୍କ ଖୋଲିଥିଲା। ପ୍ରାଥମିକ ଭାବେ ଏସଏନସିୟୁରେ ରହୁଥିବା ଶିଶୁଙ୍କ ମାଆ ମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ ହୋଇଥିଲା। ପରେ ଏଠାରେ କ‌େମ୍ପ୍ରସିପ ଲକ୍ଟେନ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍‌ଏମ୍‌ସି) ଖୋଲାଯାଇ ହଜାର ହଜାର ଶିଶୁ ଉପକୃତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବିରେ ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ ମାଆଙ୍କ ଠାରୁ ପ୍ରାୟ ଦୁଇ ଲିଟର କ୍ଷୀର ସଂଗ୍ରହ ହୋଇଥାଏ। ସେହିପରି ସଂଗୃହୀତ କ୍ଷୀରରୁ ପ୍ରାୟ ୧୫ଶହ ମିଲି ଲିଟର କ୍ଷୀର ଶିଶୁ ଗ୍ରହଣ କରିଥାନ୍ତି। ବାକି ୫ଶହକୁ ବ୍ୟାଙ୍କରେ ଗଚ୍ଛିତ କରି ରଖାଯାଏ। ଏସ୍‌ସିବିରେ ପ୍ରାୟ ୬୦ ଲିଟର କ୍ଷୀର ଗଚ୍ଛିତ ରହିବା କ୍ଷମତା ଥିବା ବେଳେ ବର୍ତ୍ତମାନ ପ୍ରାୟ ୨୫ ଲିଟର କ୍ଷୀର ସଂରକ୍ଷିତ କରି ରଖାଯାଇଛି। କ୍ଷୀର ସଂଗ୍ରହ କରାଯିବାର ୬ ମାସ ପର୍ଯ୍ୟନ୍ତ ଏହା ବ୍ୟବହାର ଉପଯୋଗୀ ରହିଥାଏ। ଏନେଇ ଏସସିବି ମିଲ୍କ ବ୍ୟାଙ୍କ ଦାୟିତ୍ବରେ ଥିବା ଡା. ସ୍ବରୂପା ପଣ୍ଡା କହିଛନ୍ତି, ଏହି ବ୍ୟାଙ୍କରୁ ଅନେକ ଶିଶୁ ଉପକୃତ ହେଉଛନ୍ତି। ପୂର୍ବରୁ ଶିଶୁଙ୍କୁ ଡବା ‌ଦେବା ପାଇଁ କହୁଥିଲୁ। ଏବେ ସିଏଲ୍‌ଏମ୍‌ସି କ୍ଷୀର ଦିଆଯାଉଛି। ଏହାକୁ ସୂଚାରୁ ରୂପେ କରାଇବା ପାଇଁ ପ୍ରସୂତି ବିଭାଗରେ ନୂଆ ମାଆ ମାନଙ୍କୁ କାଉନସେଲିଂ କରାଯାଉଛି। ଏଥିପାଇଁ ୪ ଜଣ ମହିଳା କାର୍ଯ୍ୟ କରୁଛନ୍ତି। ସେମାନେ ଛୁଆ ଜନ୍ମ ପୂର୍ବରୁ ଜନ୍ମ ପର ପର୍ଯ୍ୟନ୍ତ ମାଆ ମାନଙ୍କୁ ଏଥିପାଇଁ କାଉନସେଲିଂ କରିଥାନ୍ତି। ଏବେ ମାଆ ମାନେ ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏହା ଶିଶୁଙ୍କ ସହ ମାଆଙ୍କ ପାଇଁ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ପ୍ରଚାରପ୍ରସାର ହେଲେ ଅଧିକ ଶିଶୁ ଉପକୃତ ହେବେ ବୋଲି ସେ କହିଛନ୍ତି।

ତେବେ ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିିବି ମେଡିକାଲ କଲେଜରେ ଏହି ମିଲ୍କ ବ୍ୟାଙ୍କ ଥିବା ବେଳେ ଆଗକୁ ଶିଶୁଭବନ ସହ ଆଉ ୩ଟି ପୁରାତନ ମେଡିକାଲ କଲେଜରେ ଖୋଲାଯିବ ବୋଲି ସୂଚନା ମିଳିଛି। ରାଜ୍ୟର ସମସ୍ତ ଆଇୱାଇସିଏଫ ଅଞ୍ଚଳରେ ମେଡିକାଲ ଅଫିସର, ଷ୍ଟାପ୍ ନର୍ସ, ଏଏନଏମ୍, ଆଶା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ତାଲିମ ଦିଆଯାଇଛି। ସେହିପରି ୫୦ ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା ୟୁନିଟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏପଟେ କ୍ୟାପିଟାଲ ହସ୍ପିଟାଲ ଅପେକ୍ଷା ଏସସିବି ମେଡିକାଲ କଲେଜରେ ସଫଳତା ଅଧିକ ରହିଛି। ମାନେ ଯେଉଁମାନଙ୍କର କ୍ଷୀର ଅଧିକ ହେଉଛି ସ୍ବତଃପ୍ରବୃତ୍ତ ଭାବରେ କ୍ଷୀର ଦାନ କରାନ୍ତି। ପୂର୍ବ ଭଳି ମହିଳାଙ୍କ ମଧ୍ୟରେ ଆଉ ସଙ୍କୋଚ ନାହିଁ। ସଚେତନତା ଅଧିକ ବଢିଥିବା କୁହାଯାଇଛି।

Powered by Froala Editor

Tags Milk bank

Related articles Odisha News Lens 4.1

  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ
    ମନୋରଞ୍ଜନ

    ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

    13689
    Aug 31, 2025
  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ  ଆଡ ଆଖିରେ ଚାହିଁଲେନି ମୋଦୀ
    ଦେଶ-ଦେଶାନ୍ତର

    ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

    13737
    Sep 01, 2025
  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ
    ମନୋରଞ୍ଜନ

    ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

    13674
    Aug 31, 2025
  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ
    ଦେଶ-ଦେଶାନ୍ତର

    ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

    14543
    Sep 01, 2025
  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା

    15046
    Sep 01, 2025
  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା
    ମନୋରଞ୍ଜନ

    ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

    15428
    Aug 31, 2025
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର
    ଦେଶ-ଦେଶାନ୍ତର

    ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର

    13363
    Sep 01, 2025
  • ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍
    ଦେଶ-ଦେଶାନ୍ତର

    ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍

    14980
    Sep 01, 2025
  • ଶିକ୍ଷକମାନେ TET  ପାସ୍‌ କରିବାକୁ ପଡ଼ିବ
    ଦେଶ-ଦେଶାନ୍ତର

    ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

    14122
    Sep 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

    13674
    Aug 31, 2025
  • ଦେଶ-ଦେଶାନ୍ତର

    ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍

    14980
    Sep 01, 2025
  • ଦେଶ-ଦେଶାନ୍ତର

    ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

    13737
    Sep 01, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16709
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17162
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15627
    Apr 03, 2021

ବିଶେଷ

  • ଏତିକି ମାତ୍ରା ଅଲମଣ୍ଡ ଖାଇବା ଶରୀର ପାଇଁ ଭଲ

    15539
    Aug 31, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    14289
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    15047
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16227
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14385
    Aug 26, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15201
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15685
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14783
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14594
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

    13737
    Sep 01, 2025
  • ‘ପବିତ୍ର ରିସ୍ତା’ ଅଭିନେତ୍ରୀଙ୍କ ବିୟୋଗ, କ୍ୟାନସରରେ ପୀଡ଼ିତ ଥିଲେ

    13689
    Aug 31, 2025
  • ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

    14122
    Sep 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In