ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

କଟକ: କଟକ ଜିଲା ଆଠଗଡ ଥାନା ଗୋପିନାଥପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ସାମ୍ନାରୁ ପିଟିଥିଲା ଟ୍ରକ । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ । ଖୁଣ୍ଟୁଣି-ନରସିଂହପୁର ରାସ୍ତାର ଗୋପିନାଥପୁର ଛକରେ ରାସ୍ତାରୋକ କରାଯାଇଛି । ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଏସଡିପିଓ, ଆଇଆଇସି ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝସୁଝା କରୁଛନ୍ତି ।
Powered by Froala Editor